ଦେଶ ବିଦେଶ
ଫଟୋରେ ଖବର
Posts List
ମନୋରଞ୍ଜନ
Health
ସ୍କ୍ରବ୍ ଟାଇଫସ୍ ପାଇଁ ଭୟଭୀତ ହୁଅନ୍ତୁ ନାହିଁ:ମନ୍ତ୍ରୀ
ଭୁବନେଶ୍ଵର : ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ହୋଇଛି । ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଏଲିଶା ଟେଷ୍ଟ ନ ହେବା ଯାଏଁ ସ୍କ୍ରବ୍ ଟାଇଫସ କନଫର୍ମ ହୋଇ ନଥାଏ । ଜାନୁଆରୀରୁ ଏଯାଏଁ କୌଣସି କନଫରମେସନ ହୋଇ ନାହିଁ । ସୁନ୍ଦରଗଡ଼ର ଯେଉଁ କେସ୍ ଆସିଛି ତାହା ପୁରୁଣା ହୋଇପାରେ । ଆମେ ତାକୁ ଆଉ ଥରେ ତର୍ଜମା କରିବୁ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ ଓ ପାଲଲହଡା ଯାଇଛନ୍ତି । ଆମେ ସ୍ଥିତି ଉପରେ ନଜର ରଖିଛୁ । ମୁଁ ବ୍ୟକ୍ତିଗତ ଭାବରେ ମଧ୍ୟ ନଜର ରଖିଛି ।
ସେହିପରି ରାୟଗଡ଼ା ଡାଇରିଆ ପ୍ରସଙ୍ଗରେ ସେ କହିଛନ୍ତି ଯେ, ରାୟଗଡ଼ା ଓ ଏହାର ଆଖପାଖ ଜିଲ୍ଲାରେ ଡାଇରିଆ ସମ୍ପର୍କିତ ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ମନିଟରିଂ କରୁଛି । ଡାଇରିଆ ଭଳି ସମସ୍ୟାରେ ଦୂଷିତ ପାଣି ଓ ଖାଦ୍ୟ ଏକ ବଡ଼ କାରଣ ହୋଇପାରେ । ତେଣୁ ବିଭାଗ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି । କୌଣସି ଅଞ୍ଚଳରେ ଖାଦ୍ୟଜନିତ ସମସ୍ୟାର ସନ୍ଦେହ ହେଲେ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉଛି ।
ସୂଚନା ଥାଉକି, ସ୍କ୍ରବ୍ ଟାଇଫସ୍ ଏକ ପ୍ରକାର ସଂକ୍ରାମକ ରୋଗ । ଚିଗର୍ ନାମକ ଅତି କ୍ଷୁଦ୍ର ମାଇଟ୍ର କାମୁଡ଼ା ଦ୍ୱାରା ଏହାର ସଂକ୍ରମଣ ହୋଇଥାଏ । ବିଲ, ଜଙ୍ଗଲ କିମ୍ବା ଘାସବଣରେ କାମ କରୁଥିବା ଲୋକମାନେ ଏଥିପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ । ଜଙ୍ଗଲ କିମ୍ବା ବିଲକୁ ଯିବା ସମୟରେ ପୂରା ଶରୀର ଢାଙ୍କିଥିବା ପୋଷାକ ପିନ୍ଧିବା ସହ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜ୍ୱର କିମ୍ବା ଅନ୍ୟ ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ।
Crime
ଜୁଆ ଆଡ୍ଡାରେ ରେଡ୍, ୭୦ ଗିରଫ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁରେ ଚାଲିଥିଲା ଏକ ବଡ଼ଧରଣର ଜୁଆ ଆଡ୍ଡା । କେବଳ ପାରଳା ସହର ନୁହେଁ, ଗଜପତି ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସି ଲୋକମାନେ ଏଥଇରେ ସାମିଲ ହେଉଥିଲେ । ଏହାର ସୂଚନା ପାଇ ରବିବାର ସନ୍ଧ୍ୟାରେ ପୁଲିସ ଜୁଆଖେଳ ଉପରେ ଚଢ଼ଉ କରିଛି । ଜୟ ମାତାଜୀ କଲ୍ୟାଣ ମଣ୍ଡପରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ପ୍ରଶାନ୍ତ ଭୂପତି, କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀ ଓ ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ ନିଶିକାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ଉ କରିଥିଲା । ପୁଲିସ ସେଠାରୁ ୭୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୧୨ ଲକ୍ଷ ୩ ହଜାର ଟଙ୍କା, ୯ଟି କାର୍, ୧୨ଟି ବାଇକ୍, ୬୦ଟି ମୋବାଇଲ୍ ଫୋନ୍ ଜବତ କରିଛି । ବିପୁଳ ପରିମାଣର ତାସ୍ ପ୍ୟାକେଟ୍, ପାଣି ବୋତଲ ସେଠାରୁ ମିଳିଥିଲା ।
ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଆଦର୍ଶ ଥାନାଧିକାରୀ । ଧରା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଆନ୍ଧ୍ରପ୍ରଦେଶର ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଜଣ ସରକାରୀ ଚାକିରି ମଧ୍ୟ କରୁଥିବା ଆଲୋଚନା ହେଉଛି । ଯେହେତୁ ଓଡ଼ିଶା, ଆନ୍ଧ୍ରପ୍ରଦେଶର ଲୋକମାନେ ଏଥିରେ ସମ୍ପୃକ୍ତ ତେଣୁ ଏହି ବଡ଼ଧରଣର ଜୁଆ ଆଡ୍ଡା କେଉଁମାନେ ଚଲାଉଥିଲେ, ଏହା ପଛର ମାଷ୍ଟର୍ମାଇଣ୍ଡ୍ କିଏ ସେନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ ।
Latest News
ବାଣୀବିହାର: ଅଣଛାତ୍ରଙ୍କୁକ୍ୟାମ୍ପସ ଛାଡ଼ି ଚାଲିଯିବାକୁ ସିପି-ଡିସିପିଙ୍କ ଅପିଲ୍
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ। କ୍ୟାମ୍ପସ ଅଡିଟୋରିୟମ…
ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ
ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରନ୍ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା…
ହାଇଜାକ୍ ଆଲର୍ଟ: ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ
ରାଜସ୍ଥାନ: ଜୟପୁର ବିମାନବନ୍ଦରରେ ବଡ଼ଧରଣର ବିମାନ ହାଇଜାକ୍ ଆଲର୍ଟ । ଯାହା ପରେ କିଛି ସମୟ ପାଇଁ ବିମାନରେ ଆତଙ୍କ ଖେଳିଯାଇଥିଲା । ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ (AI-2030)କୁ ଜୟପୁରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ…
ବାଣୀବିହାର କ୍ୟାମ୍ପସରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜା
ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା। ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ABVP ଓ BCJD ପ୍ରାର୍ଥୀ। କ୍ୟାମ୍ପସ ଅଡିଟୋରିୟମରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ…
ଖୁବଶୀଘ୍ର ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ
ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଆ ଆସି ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବେ। ଲୋକଙ୍କ ସେବା କରିବେ। ପରିସ୍ଥିତି…





