ଚୌଦ୍ୱାର :ଚୌଦ୍ୱାର ବିଜେଡିରେ କମ୍ପନ। ତିନିଦିନ ହେବ ଚାଲିଛି ଇସ୍ତଫା ପର୍ବ। ଚୌଦ୍ୱାର ପୌରାଞ୍ଚଳର ୧୨ ନମ୍ବର ୱାର୍ଡ କାଉନସିଲର ସୁବ୍ରତ ସାମଲ ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ବିଜେଡି ଯୁବ ଓ ଛାତ୍ର ନେତାଙ୍କ ସମେତ ଶତାଧିକ କର୍ମୀ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କୁ ପଠାଇଛନ୍ତି। ଚୌଦ୍ୱାରର ମହିଳା ନେତ୍ରୀ ଓ ଶତାଧିକ ମହିଳା କର୍ମୀ ପ୍ରେସମିଟ୍ କରି ‘ଶଙ୍ଖ’ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି।
ସେମାନେ ପ୍ରଭାତ ବିଶ୍ବାଳଙ୍କୁ ଛାଡ଼ିବେ ନା ଶଙ୍ଖ ଛାଡ଼ିବେ ସେ ନେଇ ଚିନ୍ତାରେ। ତେବେ ଆଗାମୀ ଦିନରେ ଚୌଦ୍ୱାର ଅଞ୍ଚଳରେ ବିଜେଡିର ସଂଗଠନ ମଙ୍ଗ କିଏ ଧରିବ ? ଏଠି ବିଜେଡିର ଭବିଷ୍ୟତ କଣ ହେବ। ଚୌଦ୍ୱାର ରାଜନୀତିରେ ଉଷ୍ମତା ବଢ଼ାଇ ଦେଇଛି।
