ଢେଙ୍କାନାଳ : ଦନ୍ତା ହାତୀର ମୃତ ଦେହ ଠାବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ନିକଟରେ ଦନ୍ତାର ମୃତ ଦେହ ଉଦ୍ଧାର କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ହିନ୍ଦୋଳ ରେଞ୍ଜର ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ।

ମୃତ ହାତୀର ଆନୁମାନିକ ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।