ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ ଚିତ୍ରଶିଳ୍ପୀ, ଧର୍ମପଦ ସମ୍ମାନର ଅଧିକାରୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ପରଲୋକ ଘଟିଛି। ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ଗତକାଲି(ମଙ୍ଗଳବାର) ରାତ୍ରି ୧୦:୨୦ରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୮୬ ବୟସରେ ଦେହାନ୍ତ ହୋଇଯାଇଛି।

ତାଙ୍କ ବିୟୋଗ ଓଡ଼ିଶାର ଚିତ୍ରକଳା ଓ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ନିଜର ଅସାଧାରଣ କଳାସାଧନା ଓ ସୃଜନଶୀଳତା ମାଧ୍ୟମରେ ସେ ଓଡ଼ିଶାର କଳା ଐତିହ୍ୟକୁ ସମୃଦ୍ଧ କରିବା ସହ ଅନେକ କଳାପ୍ରେମୀ ଓ ଶିଳ୍ପୀଙ୍କୁ ପ୍ରେରଣା ଦେଇଯାଇଛନ୍ତି। ତାଙ୍କ ଅମର କଳାକୃତି ଓ କଳାପ୍ରତି ଅବଦାନ ସଭିଁଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ।

ପରମାତ୍ମା ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଅଗଣିତ ଅନୁରାଗୀଙ୍କୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ ବୋଲି ସଭିଏଁ ପ୍ରାର୍ଥନା କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।