ଦେବଗଡ଼:ମେରା ଯୁବା ଭାରତ ଦେବଗଡ଼ ପକ୍ଷରୁ ତିଲେଇବଣି ବ୍ଲକର ସୁବାସ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛିlଅନୁଷ୍ଠାନର ଅଧ୍ୟକ୍ଷ ସରୋଜ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ନରେନ୍ଦ୍ର ମହାପାତ୍ର,ନେତ୍ରାନନ୍ଦ ଜୟପୁରିଆ,ରାକେଶ ଚନ୍ଦ୍ର ସେଠୀ,ହିରଣ୍ମୟ ନନ୍ଦ,ମୋହନଲାଲ ବାଘ ଓ ସଞ୍ଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସତର୍କତା ଏବଂ ଏହାର ପ୍ରତିକାର ସମ୍ପର୍କରେ ଆଲୋଚନା lଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଉକ୍ତ ପ୍ରତିଯୋଗିତାରେ ଦିବ୍ୟାଶା ବୁଡା ପ୍ରଥମ, ନେହା ବର୍ଷା ଖାଖା ଦ୍ଵିତୀୟ ଓ ରାଜ୍ କୁମାର ସୁରୁଜାଲିଆ ତୃତୀୟ ସ୍ଥାନ ଅଧିକାର କରିଥିଲେlକୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମେରା ଯୁବା ଭାରତର ସ୍ଵେଚ୍ଛାସେବୀ ନରେଶ ସାମଲ ଓ ରୋହିତେଶ୍ବର ଭୋଇ ସହଯୋଗ କରିଥିଲେ l