ଯାଜପୁର: ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ । ବରି ବ୍ଲକ୍ କିମ୍ଭିରିଆପାଳ ବାଙ୍କସାହି ନିକଟରେ ୨୦ ଫୁଟର ଘାଇ ହୋଇଥିବା ବେଳେ ଅନ୍ୟ ଗୋଟିଏ ଚନ୍ଦନପୁର ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ସେପଟେ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ । ବନ୍ୟା ଜଳ ଏକାଧିକ ଗାଁରେ ପଶିଛି ବନ୍ୟା ପାଣି ।

ବନ୍ୟାରେ ଜିଲ୍ଲାର ୩ଟି ବ୍ଲକ ର ୨୮ ପଞ୍ଚାୟତର ୮୪ ଗାଁ ପ୍ରଭାବିତ ହୋଇଛି  । ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଅଙ୍ଗନ ବାଡ଼ି କେନ୍ଦ୍ର  ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ । ଅନ୍ୟପଟେ ବୈତରଣୀର ଜଳସ୍ତର ବୃଦ୍ଧି ଯୋଗୁ ବୁଢ଼ା ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଯାହା ଦ୍ଵାରା ଅନେକ ଗାଁ ଜଳ ମଗ୍ନ ହୋଇଛି । ତେବେ ଗତକାଲି ବୁଢ଼ା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଦୁଇଜଣ ଚାଷୀ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି  ଖୋଜା ଖୋଜି କରୁଛନ୍ତି ।