ଭଦ୍ରକ : ମୁକୁଳା ଡ୍ରେନ୍ ନେଲା ଜୀବନ। କେନାଲରେ ପଡ଼ି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ବାଇପାସ୍ ସ୍ଥିତ ସାଳନ୍ଦୀ କେନାଲ ଡିଭିଜନ ଅଫିସ ପରିସରରେ । ସୂଚନାଅନୁସାରେ,ସଜନା ଗଛରୁ ଶାଗ ତୋଳିବା ବେଳେ ଯୁବକ ଜଣକ ଡ୍ରେନ୍ ରେ ଗଳି ପଡ଼ିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ସ୍ଥାନୀୟ ସାଳନ୍ଦୀ କଲୋନୀ ବାସିନ୍ଦା ଅକ୍ଷୟ ପ୍ରଧାନ । ଅକ୍ଷୟ କେନାଲ ଡିଭିଜନ ଅଫିସ ପରିସରରେ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ଡ୍ରେନର ଢାଙ୍କୁଣି ନଥିବାରୁ ଅକ୍ଷୟ ଗଳି ପଡ଼ିଥିବା ଅନୁମାନ କରାଯାଉଛି ।