ପୁରୀ: ପୁରୀ ଗସ୍ତ ଅବସରରେ ରଥ ଖଳାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ମୁଖ୍ୟ ବିଶ୍ଵକର୍ମାଙ୍କୁ ରଥ ନିର୍ମାଣ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ। ରଥର ବ୍ରେକ ନିର୍ମାଣ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ରଥଖଳାରେ ଦେଖି ରଥ ନିର୍ମାଣକାରୀ ସେବକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଲେ। ରଥ କାମରେ ଆଉ କିଛି ଅସୁବିଧା ଅଛି କି ନାହିଁ କାରିଗରଙ୍କୁ ପଚାରି ବୁଝିଥିଲେ।

ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ  ବଡ଼ଦାଣ୍ଡ ସ୍ଥିତ ରଥଖଳାରେ ପହଞ୍ଚି ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କଲି । ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ଆବଶ୍ୟକତା ବିଷୟରେ ଜାଣିବା ସହ ରଥ ନିର୍ମାଣ କାର୍ୟ୍ୟକୁ ଅଧିକ ସୁରୁଖୁରୁରେ ଓ ସମୟାନୁସାରେ ସମ୍ପନ୍ନ କରିବା ଉପରେ ବିଶେଷ ଗୁରୁତ୍ୱ ଦେଲି ।

ଏହି ପରମ୍ପରାକୁ ନିଷ୍ଠା ଓ ସମର୍ପଣର ସହିତ ଆଗେଇ ନେଉଥିବା ରଥ ମହାରଣାମାନଙ୍କ ଅବଦାନ ଅତୁଳନୀୟ । ସେମାନଙ୍କ ସୁବିଧା, ସୁରକ୍ଷା ଓ ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ସହଯୋଗ ସୁନିଶ୍ଚିତ କରିବାକୁ ଆମ ସରକାର ପ୍ରତିବଦ୍ଧ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରୁଖୁରୁରେ, ଶାନ୍ତିପୂର୍ଣ୍ଣ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଉ ଏହାହିଁ ପ୍ରାର୍ଥନା । ଜୟ ଜଗନ୍ନାଥ