ଭୁବନେଶ୍ବର : ରାଜଧାନୀର ଭସାଣ ଉତ୍ସବରେ ବାଜିବନି ତିଜେ । ଏଥର ଡିଜେ ଆଣିଲେ କେସ ଖାଇବେ ଡିଜେ ମାଲିକ । ଡିଜେ ଗାଡି ହେବ ଜବତ । ଏଭଳି କଡା ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି ଶ୍ରବଣା ବିବେକ୍‌ ଏମ୍‌ ।ଭସାଣି ବେଳେ, କୌଣସି ପ୍ରକାରର ଡିଜେ ବାଜିବ ନାହିଁ I  ଡିଜେ ଆଣିଲେ କ୍ରିମିନାଲ କେସ ହେବ I କ୍ଲାସିକାଲ ଇନଷ୍ଟୁମେଣ୍ଟ  ଗୋଟିଏ ଗାଡ଼ିରେ ରହିବ। ଗୋଟିଏ ମେଢରେ ମାତ୍ର ଦୁଇଟି ସ୍ପିକର ବ୍ୟବହାର ହୋଇପାରିବ I  ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ରାତି ୧୦ ଟା ପରେ, ବଜାଇ ପାରିବ ନାହିଁ  ବାଜା । ସମସ୍ତ ଥାନା ଆଇଆଇସି ଓ ଜୋନ ଏସପିଙ୍କୁ କୁହାଯାଇଛି, ଯେଉଁଠୁ ଭସାଣି ବାହାରିବ ସେହିଯାଗାରେ ନଜର ରଖିବେ I
ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ ମୋଟ ୯ ଟି ସ୍ଥାନକୁ ଅନୁମତି ଦିଆଯାଇଛି I  ଫାୟାର ସେଫଟି ଟିମ ସହ ଇଲେକ୍ଟ୍ରିକାଲ ଟିମ ସମସ୍ତେ ରାବଣ ପୋଡ଼ି ପଡ଼ିଆ ଉପରେ କଡ଼ା ନଜର ରଖିବେ I  Organic କ୍ରାକର ଓ ଷ୍ଟ୍ରଙ୍ଗ ବାରିୟର ରହିବ, ଯାହା ଦ୍ୱାରା ବାଣ ଲୋକଙ୍କ ଉପରେ ପଡିବନି I  ଗାଇଡଲାଇନ୍ସରେ ଉଲ୍ଲେଖ ରହିଛି, ରାବଣର ଚାରିପଟରେ ୧୦୦ ମିଟର ଦୂରତା ରହିବ I  ବାଣ ଗଛିତ ଥିବା, ଷ୍ଟୋର ହାଉସ ଅତି କମରେ ୨୫୦ ମିଟରରୁ ଅଧିକ ରହିବା ଆବଶ୍ୟକ I  ସମସ୍ତ ଯାଗାରେ, ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ I  ଭସାଣି ପାଇଁ ବିସର୍ଜନ ଯାଗାରେ ୬ ଟି ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇଛି I  ଭସାଣି ପାଇଁ ମୋଟ ୪୮ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ଡ୍ୟୁଟିରେ ରହିବେ I