ସ୍ଥଗିତ ହୋଇନି OSSTET, ଆସନ୍ତାକାଲି ହିଁ ପରୀକ୍ଷା ହେବ । କାଲି OSSTET ହେବା ନେଇ ସ୍ପଷ୍ଟ କଲେ ବୋର୍ଡ ସଭାପତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି OSSTET ପରୀକ୍ଷା ହେବ । କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ । ବୋର୍ଡ ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ବୋର୍ଡ ସଭାପତି କହିଛନ୍ତି ।

କିଛି ସମୟ ପୂର୍ବରୁ ପରୀକ୍ଷା ସ୍ଥଗିତ ନେଇ ଖବର ଆସିଥିଲା । ସୂଚନା ମିଳିଥିଲା ଆସନ୍ତାକାଲି ହେବାକୁ ଥିବା OSSTET-୨୦୨୬ ସ୍ଥଗିତ । ଆସନ୍ତା କାଲି ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବାର ଥିଲା । ଆଉ ସଂଶୋଧିତ ତାରିଖ ଖୁବଶୀଘ୍ର ଜଣାଇବ BSE ବୋଲି କୁହାଯାଇଥିଲା ।
ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି ଯେ ଏପରି କୌଣସି ଗୁଜବକୁ ବିଶ୍ୱାସ କରନ୍ତୁନି । ଆଉ ଆସନ୍ତା କାଲି ହିଁ OSSTET ପରୀକ୍ଷା ହେବ ।