Month: September 2026

ସିଏଜି ରିପୋର୍ଟ: ୩୧% ପରିବାର ପାଇପ୍‌ ପାଣିରୁ ବଞ୍ଚିତ

ଭୁବନେଶ୍ୱର: ଗ୍ରାମାଞ୍ଚଳର ସବୁ ଘରକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ୨୦୧୯ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜଳ ଜୀବନ ମିଶନ । ଏହି ଯୋଜନା କାର୍ଯ୍ୟକାରୀ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ରାଜ୍ୟର ୩୧ ପ୍ରତିଶତ…

ନିଜ ଦେହରେ ନିଜେ ନିଆଁ ଲଗେଇ ଦେଲେ ମହିଳା

ରାଜନଗର : ପାରିବାରିକ କଳହର କରୁଣ ପରିଣତି ।ନିଜ ଦେହରେ ନିଜେ ନିଆଁ ଲଗେଇ ଦେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ ବାରହାପୁର ଗାଁରେ । ସୂଚନାଅନୁସାରେ, ପାରିବାରିକ କଳହ…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ଓଡ଼ିଶା ସରକାରଙ୍କୁ ପିଏମଓର ଜବାବ ତଲବ

ଭୁବନେଶ୍ଵର : ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଓଡ଼ିଶା ସରକାରଙ୍କୁ କୈଫତ୍ ମାଗିଲା ପିଏମଓ । ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଜବାବ ଲୋଡ଼ିଛି । PMOର ନିର୍ଦ୍ଦେଶ କ୍ରମେ, ଶିକ୍ଷା…

ଲିଜ୍‌ ନେଇ ଜମି ବ୍ୟବହାର କରିନଥିଲେ ଆବଣ୍ଟନ ବାତିଲ କରିବେ ସରକାର

ଭୁବନେଶ୍ୱର: ସରକାରୀ ଜମିକୁ ଲିଜ ସୂତ୍ରରେ ନେଇ ଏହାକୁ ବ୍ୟବହାର କରିନଥିଲେ ଛାଟ ବାଜିବ । ସରକାର ଏହି ଜମି ଆବଣ୍ଟନକୁ ବାତିଲ କରିବେ । ଏ ନେଇ ଲିଜ୍ ଜମିର ତର୍ଜମା କରି ଆଇନଗତ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ…

ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

ନୂଆଦିଲ୍ଲୀ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି ଚାଳକଙ୍କ ବିଜୁଳି ବିଲରେ…

ଷଷ୍ଠ ପିଲାଙ୍କୁ ତ୍ରିଭାଷା ନୀତିରୁ ବାଦ୍‌ ଦିଅ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ତ୍ରିଭାଷା ନୀତିକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ନିର୍ଦେଶରେ ଷଷ୍ଠ ଶ୍ରେଣୀ ପିଲାଙ୍କୁ ବାଧ୍ୟତାମୂଳକ ତ୍ରିଭାଷା ଶିକ୍ଷା ନୀତିରୁ ବାଦ୍‌ ଦେବାକୁ କୁହାଯାଇଛି। ସପ୍ତମ ଶ୍ରେଣୀ ପିଲାଙ୍କୁ ଚଳିତବର୍ଷ…

ଶାହା ତୁଟାଇବେ ମହାନଦୀ କଳି

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଶା ବଢ଼ିଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର…

ଦିଲ୍ଲୀରେ ବାୟୁପ୍ରଦୂଷଣ: ନଭେମ୍ବର ୧ରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ : ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର କଟକଣା ଘୋଷଣା କରିଛନ୍ତି। ଆଗାମୀ ନଭେମ୍ବର ୧ରୁ ଏହି କଟକଣାକୁ କାର୍ଯ୍ୟକାରୀ କରାଯିବ। କଟକଣାଗୁଡ଼ିକ ହେଲା ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ବିଏସ୍‌-୬ ମାନକରୁ କମ୍ ଥିବା…

ଇସିଙ୍କୁ ନଡ୍ଡାଙ୍କ ସମର୍ଥନ

ନୂଆଦିଲ୍ଲୀ : ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୋମବାର କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏହି ପ୍ରସଙ୍ଗରେ ଇସିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିବା…

ଦିଲ୍ଲୀରେ ଦୁଷ୍କର୍ମ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଦିଲ୍ଲୀରେ ନାବାଳିକାଙ୍କୁ ନେଇ ବାରମ୍ବାର ଘଟୁଥିବା ଦୁଷ୍କର୍ମ ମାମଲାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ପୁଲିସ ଏବଂ ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ଘଟଣାଗୁଡ଼ିକ ସାଧାରଣ ନାଗରିକଙ୍କ ସୁରକ୍ଷା…