ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବ ପ୍ରସ୍ତୁତ ପରୀକ୍ଷା ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ସୋମବାର ହେବାକୁ ଥିବା ସ୍ନାତକ, ବିଏସ୍‌ସି , ଆଇଟିଏମ୍, ବିଏସ୍‌ସି  କମ୍ପ୍ୟୁଟର ସାଇନ୍ସ, ବିଏଡ୍ (ୟୁଡିଟିଇ)ର ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହାର ନୂଆ ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମସ୍ତ ଡିଗ୍ରୀ କଲେଜ, ସେଲ୍‌ଫ ଫାଇନାନ୍ସ କଲେଜରେ ପୂର୍ବରୁ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ପୂର୍ବ ପ୍ରସ୍ତୁତ ହୋଇଥିଲା । ଏଥିରେ ଆଜି ସ୍ନାତକ, ବିଏସ୍‌ସି , ଆଇଟିଏମ୍, ବିଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବିଏଡ୍ (ୟୁଡିଟିଇ)ର ପରୀକ୍ଷା ରହିଥିଲା । ମାତ୍ର ରାଜ୍ୟର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଏହାକୁ ତୁରନ୍ତ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ନିକଟରେ ପହଞ୍ଚାଇବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।