ସାରା ରାଜ୍ୟରେ ଭୀଷଣ ବର୍ଷା । ଗତ ୨୪ ଘଣ୍ଟାରେ ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଗଞ୍ଜାମରେ ୧୪୫.୪ ମିଲିମିଟର, ବରଗଡ଼ର ବରପାଲ୍ଲୀରେ ୧୪୫, ଛତ୍ରପୁରରେ ୧୩୪, ବିଜେପୁରରେ ୧୨୬, ବଲାଙ୍ଗିରରେ ୧୨୨, ପୁରୁଷୋତ୍ତମପୁରରେ ୧୧୫.୬, ମହେନ୍ଦ୍ରଗିରିରେ ୧୧୦.୨, ଗୋପାଳପୁରରେ ୧୦୬.୯ ଏବଂ ଆଳିରେ ୧.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଏହାରି ଭିତରେ ବଙ୍ଗୋପସାଗରରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଂଚଳରେ ସ୍ପଷ୍ଟଚିହ୍ନିତ ହୋଇଛି। ଭୀଷଣରୁ ଅତିଭୀଷଣ ବର୍ଷା ନେଇ ୫ ଜିଲ୍ଲା କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୋନପୁରକୁ ଜାରି ହୋଇଛି ରେଡ୍ ଆଲର୍ଟ ।
ସେହିଭଳି ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର । ସେହିଭଳି ବାକି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
