ଭୁବନେଶ୍ୱର : ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍‌ର ବିଶାଳ ବିକ୍ଷୋଭ। କେନ୍ଦ୍ର ସରକାରଙ୍କ ଖଣି ନୀତି ଏବଂ ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍‌କୁ ବିରୋଧ କରି ଆଜି ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ବିଶାଳ ବିକ୍ଷୋଭ କରାଯାଉଛି। ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପଟୁଆର ବାହାରି ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବ। ସେଠାରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍ ଲିବରେସନ୍, ଏନ୍‌ସିପି-ଶରଦ ପାୱାର, ସମାଜବାଦୀ ପାର୍ଟି ଓ ଆର୍‌ଜେଡିର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ବିକ୍ଷୋଭରେ ଖଣି ନୀତି ଓ ଏମଏମ୍‌ଡିଆର ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବି ଉଠାଇଛି ଇଣ୍ଡିଆ ବ୍ଲକ୍ ।
ପ୍ରତି ଜିଲ୍ଲାରୁ ଇଣ୍ଡିଆ ମେଣ୍ଟର କର୍ମୀ ଓ ନେତା ଆସି ଗାନ୍ଧୀ ମାର୍ଗରେ ଏକାଠି ହେଉଛନ୍ତି । ଏହାପରେ ସେଠାରୁ ରାଲି ବାହାରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରିବେ । ଗତକାଲି ଏମଏମଡିଆର ପ୍ରସଙ୍ଗରେ ମଧ୍ୟ ଗାନ୍ଧୀ ମାର୍ଗରେ ଗର୍ଜନ କରିଥିଲା ବିଜେଡି । ଆଉ ଆଜି କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ବଡ଼ ବିକ୍ଷୋଭ ଦେଖିବାକୁ ମିଳିପାରେ। ତେବେ ଏମଏମଡିଆର୍ ପ୍ରତ୍ୟାହର ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମଗାଯିବ ବୋଲି କଂଗ୍ରେସ ନେତା କହିଛନ୍ତି ।