ଭଦ୍ରକ: ଘୁର୍ଣ୍ଣି ବଳୟ ଅର୍ଣ୍ଣବ ପ୍ରଭାବ ରେ କପାଳୀ ନଦୀର ବନ୍ୟା ଯୋଗୁଁ ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ଗ୍ରାମପଞ୍ଚାୟତର ବହୁ ଗ୍ରାମ ଜଳମଗ୍ନ ହୋଇପଡ଼ିଛି। ଆଜିବି ଅନେକ ମାଟି କାନ୍ଥ ଓ ଚଳାଛପର ଘର ରହିଥିବା ବେଳେ ଏବେର ବନ୍ୟା ରେ ଲୋକମାନେ ନାନାଦି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି | ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଂଚାୟତ ପ୍ରତିନିଧି ଓ ସମାଜସେବୀ ଙ୍କ ତତ୍ୱାବଧାନ ରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବେଳେ ଜଳ ମଗ୍ନଥିବା ଗ୍ରାମରେ ଭଦ୍ରକ ସାତଭଉଣୀ ରାଜସ୍ବ ନିରୀକ୍ଷକ ଗୌତମ ମଲ୍କିକ ବନ୍ୟା ଜଳରେ ଯାଇ ବିପନ୍ନ ଙ୍କ ପାଖରେ ପହଂଚି ନଷ୍ଟ ହୋଇଥିବା ଘର କୁ ତ୍ୱରିତ ଭାବେ ପଲିଥିନର ବ୍ୟବସ୍ଥା କରିଛନ୍ତି |ଆଜିବି ପକ୍କା ଘର ରୁ ବଂଚିତ ଥିବା ବନ୍ୟା ପ୍ରଭାବିତ ପରିବାରମାନଙ୍କ ନିକଟରେ ସରକାରୀ ସ୍ଥରରେ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇ ବନ୍ୟା ବିପନ୍ନ ଙ୍କୁ ଉଚିତ ସହାୟତା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବନ୍ୟା ବିପନ୍ନ ଙ୍କ ସହ ପଂଚାୟତ ପ୍ରତିନିଧି ମାନେ |ଅନ୍ୟପଟେ ରାଜସ୍ବ ନିରୀକ୍ଷକ ଙ୍କ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି |