ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଆ ଆସି ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବେ। ଲୋକଙ୍କ ସେବା କରିବେ। ପରିସ୍ଥିତି ଅନୁସାରେ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ସହ ଆଲୋଚନା କରି କାମ କରିବି। ବେକାରୀ ସମସ୍ୟା, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ଆବଶ୍ୟକତାକୁ ପ୍ରାଥମିକତା ଦେବି।
ସେହିପରି ଚାଷୀଙ୍କ ସମସ୍ୟା ସମାଧାନ କରିବା ଉପରେ ବି ଗୁରତ୍ବ ଦେବି। ଓଡ଼ିଶାରେ ବହୁତ ଖଣିଜ ସମ୍ପଦ ଅଛି, ଯାହାଦ୍ୱାରା ବେକାରୀ ସମସ୍ୟା ଦୂର ହେବ ବୋଲି କହିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ଦାୟିତ୍ବ ଦେଇ ଥିବାରୁ କେନ୍ଦ୍ରୀୟ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ବି ଜଣାଇଛନ୍ତି।
