ଭୁବନେଶ୍ବର : ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ। ଭୁବନେଶ୍ବର ଡମଣା ଛକରେ ରହୁଥିବା ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ୨ ପ୍ରେମୀ ଥାନାରେ ଅଟକ। ପୂର୍ବତନ ପ୍ରେମିକ ପରମାନନ୍ଦ ଏବଂ ଅନ୍ୟଜଣେ ଯୁବକ ମହେଶଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ପୂର୍ବତନ ପ୍ରେମିକର ବ୍ଲାକ ମେଲିଂ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ ହୋଇଛି।

ଯୁବତୀଙ୍କୁ ବଲାଙ୍ଗୀରର ହୋଇଥିବା ବେଳେ ଭୁବନେଶ୍ବରରେ ରହୁଥିଲେ। ସେ ଏବେ ମହେଶଙ୍କ ସହ ଲିଭଇନରେ ରହୁଥିବା ଜଣାପଡିଛି। ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ମାନସିକ ନିର୍ଯାତନା ଦେଉଥିଲେ ପରମାନନ୍ଦ। ନିର୍ଯାତନା ସହି ନପାରି ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କଲ ରେକଡିଂ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି  ତଦନ୍ତ କରୁଛି ପୋଲିସ।