ବ୍ରହ୍ମପୁର : କିରୋସିନ ଢାଳି ହୋଇ ନିଜକୁ ଜାଳିଦେଲେ ଯୁବତୀ। ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି। ବୁଧବାର ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଯୁବତୀ ଜଣଙ୍କ କାହିଁକି ନିଜକୁ ଜାଳିଦେଲେ ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।