ରାଉରକେଲା: ପିକଅପ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଉଛନ୍ତି ରାଉରକେଲା ନେତାଜୀ ନଗର ଅଂଚଳର l ଆଜି ସକାଳ ପ୍ରାୟ ସାଢେ ୯ଟାରେ କଲୁଙ୍ଗା କୋକାକୋଲା କାରଖାନା ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା  l ବ୍ରାହ୍ମଣୀ ତରଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି l
ମୃତ ଯୁବକ ନିକଟସ୍ଥ କାରଖାନାରେ କାମ କରନ୍ତି l ଡ୍ୟୁଟି ସାରି ନିଜ ବାଇକ (ଓଆର ୧୪ କେ – ୫୦୪୧) ରେ ଘରକୁ ଫେରୁଥିଲେ l ପଛରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ( ଓଡି ୧୪ ଏଅଫ – ୭୯୩୯)  କୋକାକୋଲା କାରଖାନା ନିକଟରେ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।