ଫୁଲୁଛି ମହାନଦୀ ଜଳସ୍ତର। ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜରେ ପ୍ରତି ସେକେଣ୍ଡରେ ଉପରମୁଣ୍ଡରେ ୭୯.୧୦ ଫୁଟ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ତଳମୁଣ୍ଡରେ ୭୫.୦୦ ଫୁଟ ଜଳ ପ୍ରବାହିତ ହେଉଛି। ସେପଟେ ସାମାନ୍ୟ କମିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର।
ଏବେ ଡ୍ୟାମର ୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳଠାରୁ ଅଧିକ ପରିମାଣର ଜଳ ନିଷ୍କାସନ କରାଯାଉଛି। ଏବେ ଜଳସ୍ତର ୬୧୨. ୩୭ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ୬୬ ହଜାର ୮୮୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୬୪ ହଜାର ୧୮୩ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।
