କୋମନା: ନୂଆପଡ଼ାଜିଲ୍ଲା କୋମନା ଥାନା ଭେଳା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛିl ମିଳିଥିବା ସୁଚନା ଅନୁସାରେ ଗତକାଲି ରାତିରେ  ଭେଳା ଗାଁର ଛତ୍ରିଆପଡାର କୁଳମଣି ମାଝୀଙ୍କ ଦୁଇ ବର୍ଷର ନାବାଳକ ଶିଶୁ ପୁଅ ନିଜ ଘରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା l
ପରିବାର ଲୋକ ପ୍ରଥମେ ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସଙ୍କଟାପନ୍ନ ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ହେଲେ ଏନେଇ ଖବର ଲେଖା ହେବା ପର୍ଯ୍ୟନ୍ତ ପରିବାର ତରଫରୁ ଥାନାରେ ଅଭିଯୋଗ ମିଳିନାହିଁ l