ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ବନ୍ଦ ରହିବ ୬ଟି ବ୍ଳକ୍ର ୨୯୭ଟି ସ୍କୁଲ। ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଘୋଷଣା କରାଯାଇଛି।
ଭଦ୍ରକ, ବାସୁଦେବପୁର, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଲକ୍ର ୨୯୭ ସ୍କୁଲ ପାଇଁ ଏହି ଘୋଷଣା କରାଯାଇଛି। ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ଏହି ବ୍ଲକଗୁଡ଼ିକ ହେଉଛି, ବେତନଟୀ, ବଡ଼ସାହି ଓ ରାସଗୋବିନ୍ଦପୁର। ସେହିଭଳି ଆଜି ସୁନ୍ଦରଗଡ଼ ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଥିଲା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ।
