ଗଜପତି: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରା ମାଡ  ଓ ପରେ ପଥରରେ ଛେଚି ଫେରାର୍ ହୋଇଗଲା ଯୁବକ । ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ଅଭିଯୋଗ । ଗୁରୁତର ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୁକ୍ତ ଆର ଉଦୟଗିରି ଅଞ୍ଚଳର ହୋଇଥିବା ବେଳେ  ପୀଡିତା ଜଣକ ମୋହନା ଥାନା ଅଞ୍ଚଳର ବୋଲି ଜଣାପଡିଛି ।  ତେବେ ଯୁବକଙ୍କ ସହ ମହିଳାଙ୍କ ସହ କଣ ସମ୍ପର୍କ ରହିଛି  ଓ ସେ କାହିଁକି ଏଭଳି କାଣ୍ଡ କରିଛି  ତାହା ସ୍ପଷ୍ଟ ହୋଇ ନାହିଁ । ଆର. ଉଦୟଗିରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି l