ଚାରିଆଡ଼େ ଖାଲି ପାଣି ଆଉ ପାଣି। ଯୁଆଡ଼େ ଚାହିଁବେ ବନ୍ୟା। କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ । ଉତ୍ତର ଓଡ଼ିଶା ହୋଇପଡ଼ିଛି ଜଳାର୍ଣ୍ଣବ। ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ। ବିପଦ ସଙ୍କେତ ଟପିଲାଣି ଜଳକା । ପାଲଲହଡ଼ା ସମାକୋଇ ନଦୀରେ ବନ୍ୟା ।
ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ଭୟଙ୍କର ରୂପ ଧାରଣ କରିଛି। ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ୧୮.୩୩ ମିଟର ରହିଥିବାବେଳେ ଏବେ ୨୦.୩୨ମି. ବନ୍ୟାଜଳ ପ୍ରବାହିତ ହେଉଛି । ସେହିଭଳି ସାଳନ୍ଦୀ ନଦୀରେ ୧୮.୭୦ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।
ସେପଟେ ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ଟପିଛି ଜଳକା । ବିପଦ ସଙ୍କେତ ୬.୫୦ମିଟର ରହିଥିବାବେଳେ ୬.୫୧ ମିଟରେ ବନ୍ୟାଜଳ ପ୍ରବାହିତ ହେଉଛି । ଅନ୍ୟପଟେ ପାଲଲହଡ଼ାକୁ ବେହାଲ କଲାଣି ସମାକୋଇ ନଦୀ । କଣିହାଁ ବ୍ଲକ ବୁରୁକୁନା ରାସ୍ତାରେ ୬ଫୁଟର ପାଣି ପ୍ରବାହିତ ହେବା ଫଳରେ ୨୫୦ ପରିବାର ଜଳବନ୍ଦୀ ହୋଇଛନ୍ତି ।
