କେନ୍ଦ୍ରପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୁଲିସ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା ଗାଁର ଦୁଇ ଚାଷୀ ଗଣେଶ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ବିଷ ପିଇବାକୁ ଉଦ୍ୟମ କରିଥିଲେ।

ଅଭିଯୋଗ ମୁତାବକ ତାଙ୍କ ଚାଷଜମିକୁ ଲାଗି ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ଗଢି ଉଠିଛି। ଚିଙ୍ଗୁଡ଼ି ଘେରିର ବିଷାକ୍ତ ଓ ଲୁଣି ପାଣି ମାଡି ଯିବାରୁ ବର୍ଷ ବର୍ଷ ଧରି ତାଙ୍କ ଫସଲ ଉଜୁଡି ଯାଉଛି। ଏନେଇ ସେ ବାରମ୍ବାର ଜିଲ୍ଲାପାଳ ଓ ଡିଏଫଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲାନି । ଫଳରେ ଆଜି ବାଧ୍ୟ ହୋଇ ସେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ତାଙ୍କୁ ତୁରନ୍ତ କାବୁ କରିନେଇଥିଲା।…