ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ। ଆସନ୍ତାକାଲି ଓଡ଼ିଶା ଆସିଥାନ୍ତେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କିଛି ଗୁରୁତ୍ବପୂର୍ଣ୍ଣ କାମ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତ ବାତିଲ କରାଯାଇଛି। ପରବର୍ତ୍ତୀ ସମୟ ଅମିତ ଶାହଙ୍କ ଗସ୍ତ ରି- ସିଡ୍ୟୁଲ ହେବ।  ଏନେଇ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାରଠୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହରୁ ତିନିଦିନିଆ  ଓଡ଼ିଶା ଗସ୍ତରେ ଆସିଥାନ୍ତେ । ଗସ୍ତ  ସମୟରେ ସେ ବରଗଡ଼, ସମ୍ବଲପୁର,  କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ଥିଲା ।ଶନିବାର ବରଗଡ଼ ଓ  ସମ୍ବଲପୁର ଯିବର ଥିଲା । ବରଗଡ଼ରେ  ଦିନ ୧୧ଟା ୨୦ରେ ବାଉଁଶିଙ୍ଘାସ୍ଥିତ  ବିପିସିଏଲ ୨-ଜି ଇଥାନଲ ପ୍ଲାଣ୍ଟ  ପରିଦର୍ଶନ କରିଥାନ୍ତେ । ପରେ  ବରଗଡ଼ରେ ଆୟୋଜିତ ଜନସଭା ସ୍ଥଳରେ ଇଥାନଲ ପ୍ଲାଣ୍ଟ ଉଦ୍‌ଘାଟନ  ଉତ୍ସବ ସାମିଲ ହୋଇଥାନ୍ତେ । ପରେ ସମ୍ବଲପୁର ଆସି  ଅପରାହ୍ନରେ ମା’ ସମଲେଶ୍ୱରୀଙ୍କ  ଦର୍ଶନ କରିବାର କାର୍ୟ୍ୟକ୍ରମ ଥିଲା ।