ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ପାଇଁ ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ବର୍ଷକରେ ଥରେ ରତ୍ନସିଂହାସନ ଛାଡ଼ି ନିଜ ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ରଥରେ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି ଅଗଣିତ ଭକ୍ତ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତିର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ଅନୁଷ୍ଠିତ ହେବ। ଏହାପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜାଙ୍କ ପବିତ୍ର ଛେରା ପହଁରା ନୀତି ସମ୍ପନ୍ନ ହେବ। ସବୁ ନୀତି ଶେଷ ହେବା ପରେ ଅପରାହ୍ଣ ୪ଟାରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ରଥଟଣା।