ଆଜି UPSC ଚୟନ କମିଟି ବୈଠକ। ଓଡ଼ିଶା ନୂଆ ଡିଜି ଚୟନ ନେଇ ଦିଲ୍ଲୀରେ ବସିବ UPSC ଚୟନ କମିଟି ବୈଠକ। ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁଯାୟୀ UPSC ଚେୟାରମ୍ୟାନ୍ ଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।ବୈଠକରେ ଯୋଗ ଦେବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଡିଜିପି ୱାଇ ବି ଖୁରାନିଆ। ଏହି ବୈଠକ ତିନି ଜଣଙ୍କ ନାଁ ଚୟନ କରାଯାଇ ରାଜ୍ୟ ସରକାରଙ୍କୁ ପଠାଯିବ।
ପୂର୍ବରୁ ରାଜ୍ୟ ସରକାର ୧୧ ଜଣଙ୍କ ନାଁ ପଠାଇଥିବା ବେଳେ ତିନି ଜଣଙ୍କ ନାଁ ଚୟନ କରି ପଠାଇବ କମିଟି। ଜଣଙ୍କ ନାଁ ଉପରେ ରାଜ୍ୟ ସରକାର ମୋହର ମାରିବେ। ବରିଷ୍ଠତା ଭିତ୍ତିରେ ଆଇପିଏସ ସୁଧାଂଶୁ ଷଡଙ୍ଗୀ, ଆର ପି କୋଚେ, ସଞ୍ଜୀବ ପଣ୍ଡା, ସୁଶାନ୍ତ ନାଥଙ୍କ ନାଁ ଆଗରେ ରହିଛି। ଆସନ୍ତା ୧୬ ତାରିଖରେ ସରୁଛି ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ।
