ଭୁବନେଶ୍ୱର:  ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।୨୦୨୬- ୨୭ ବର୍ଷ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର୍। ଏହି ପ୍ରକ୍ରିୟା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ନିକଟସ୍ଥ ସମିତି କାର୍ଯ୍ୟାଳୟ କିମ୍ବା  www.foododisha.in ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିପାରିବେ।

ପଞ୍ଜିକରଣ ସମୟରେ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସହ ଜମି ସମ୍ପର୍କିତ ବିବରଣୀ ଦେବାକୁ ପଡ଼ିବ। ସରକାର ଗତବର୍ଷ ଯେଉଁ ସମିତିରେ ପଞ୍ଜିକରଣ କରିଥିଲେ, ସେହି ସମିତିରେ ହିଁ ପୁନଃ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଛନ୍ତି। ୨୦୨୬ ନଭେମ୍ବର ୧ରୁ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ। ଧାନ ଅମଳକୁ ଦୃଷ୍ଟିରେ ରଖି ଜିଲ୍ଲା ଅନୁଯାୟୀ ଧାନ ସଂଗ୍ରହ କରାଯିବ। ଏହି ପଞ୍ଜିକରଣ ପ୍ରକ୍ରିୟା ପାଇଁ ପି-ପିଏଏସ୍ (P-PAS) ପୋର୍ଟାଲରେ ୨୦୨୬–୨୭ ଖରିଫ ଋତୁର ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ଉପଲବ୍ଧ ରହିଛି।