ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ତାଙ୍କ ପରଲୋକ ଓଡ଼ିଶା ସିନେମା ଜଗତ ତଥା ଓଡ଼ିଆ ସଙ୍ଗୀତ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ।ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅତ୍ୟନ୍ତ ପରିଚିତ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ। ଦୀର୍ଘ ବର୍ଷର ସଙ୍ଗୀତ ଯାତ୍ରାରେ ସେ ଅନେକ ଲୋକପ୍ରିୟ ଓ ହିଟ୍ ଓଡ଼ିଆ ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।ତାଙ୍କ ସୁମଧୁର କଣ୍ଠ ଓ ସଙ୍ଗୀତ ପ୍ରତିଭା ଓଡ଼ିଆ ସଙ୍ଗୀତକୁ ଏକ ଭିନ୍ନ ପରିଚୟ ଦେଇଥିଲା। ତାଙ୍କ ଗୀତ ଆଜି ବି ଅନେକ ସଙ୍ଗୀତପ୍ରେମୀଙ୍କ ମନରେ ଅମର ହୋଇ ରହିଛି।ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି। ତାଙ୍କ ପରଲୋକ ଖବର ପ୍ରକାଶ ପାଇବା ପରେ ସଙ୍ଗୀତପ୍ରେମୀ, କଳାକାର ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ସେ ୨ଶହରୁ ଅଧିକ ସଂଗୀତରେ କଣ୍ଠଦାନ କରିଛନ୍ତି । ୧୯୩୮ ଜାନୁଆରୀ ୨୦ରେ ପ୍ରଣବ ଜନ୍ମଗ୍ରହଣ କରିଥିଲେ। ୧୯୫୮ ‘ମା’ ଚଳଚ୍ଚିତ୍ରରେ ସେ ପ୍ରଥମେ କଣ୍ଠଦାନ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଓଡ଼ିଶୀ, ଭଜନ, ପାରମ୍ପରିକ ଲୋକଗୀତ ଗାଇବାରେ ପ୍ରଣବଙ୍କର ଭିନ୍ନ ଏକ ପରିଚୟ ଥିଲା। ନିଜ କଣ୍ଠସ୍ବରରେ ସେ ଶ୍ରୋତାଙ୍କୁ ବାନ୍ଧି ରଖିପାରୁଥିଲେ। ୨୦୧୬ରେ ସେ ‘ଜୟଦେବ ସମ୍ମାନ’ରେ ସମ୍ମାନିତ ହୋଇଥିଲେ। ତାଙ୍କ ପରଲୋକରେ ଓଡ଼ିଶା ସଂଗୀତ ଜଗତରୁ ଜଣେ ଧ୍ରୁବତାରା ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ସେ ବାଳକୃଷ୍ଣ ଦାସ, ଉପେନ୍ଦ୍ର କୁମାର, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ର, ପ୍ରଫୁଲ୍ଲ କର, ଭୁବନେଶ୍ୱର ମିଶ୍ର, ବାସୁଦେବ ରଥ ଏବଂ ସ୍ୱରୂପ ନାୟକଙ୍କ ଭଳି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ ଜ୍ଝ ସେ ଏକାଧିକବାର ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟକ ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ଲାଭ କରିଥିଲେ ଜ୍ଝ ଏତଦ୍ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ଜ୍ଝ ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ଜ୍ଝ
